ୟାନଗନ-୩୩ ନାମକ ନୂତନ ରିମୋଟ ସେନ୍ସିଂ ଉପଗ୍ରହ ଲଞ୍ଚ କଲା ଚୀନ

ବେଇଜିଙ୍ଗ,ଏଜେନ୍ସି: ଚୀନ ୟାନଗନ-୩୩ ନାମକ ଏକ ନୂତନ ରିମୋଟ ସେନ୍ସିଂ ଉପଗ୍ରହ ଲଞ୍ଚ କରିଛି। ଯାହା ବିଜ୍ଞାନ ସମ୍ବନ୍ଧିତ ପରୀକ୍ଷଣ ପାଇଁ ବ୍ୟବହୃତ ହେବ। ଏହି ଉପଗ୍ରହଟି ରବିବାର ରାତି ୧୧ଟା ୪୪ ମିନିଟରେ ଜିଉକ୍ୱାନ ସାଟେଲାଇଟ ଲଞ୍ଚ ସେଣ୍ଟରୁ ଉତକ୍ଷେପଣ କରାଯାଇଛି।

ୟାନଗନ-୩୩ ଉପଗ୍ରହ ଲଙ୍ଗ ମାର୍ଚ୍ଚ-୪ସି ରକେଟ ଜରିଆରେ ଉତକ୍ଷେପଣ କରାଯାଇଛି ଏବଂ ଏହା ଆଶା ମୁତାବକ କକ୍ଷପଥରେ ସଫଳତାପୂର୍ବକ ପ୍ରବେଶ କରିଛି। ତେବେ ଲଙ୍ଗ ମାର୍ଚ୍ଚ କ୍ୟାରିଅର ରକେଟ ସିରିଜର ଏହା ୩୫୭ତମ ଫ୍ଲାଇଟ ମିଶନ ଥିଲା। ଏହି ମିଶନଟି କକ୍ଷପଥକୁ ଏକ ସୂକ୍ଷ୍ମ ଏବଂ ନାନୋ ଟେକ୍ନୋଲୋଜି ପରୀକ୍ଷଣ ଉପଗ୍ରହ ମଧ୍ୟ ପ୍ରେରଣ କରିଛି।

ବିଜ୍ଞାନ ସମ୍ବନ୍ଧିତ ପରୀକ୍ଷଣ, ଜମି ସମ୍ବଳ ସର୍ଭେ, ଫସଲ ଅମଳ ଆକଳନ ଏବଂ ବିପର୍ଯ୍ୟୟ ନିରାକରଣ ଓ ହ୍ରାସ ପାଇଁ ଏହି ଦୁଇଟି ଉପଗ୍ରହ ବ୍ୟବହାର କରାଯିବ।