ଲଞ୍ଚ ହେଲା ଜାଓମିର ରେଡ୍ଏମଆଇ୮ : ମାତ୍ର ୭୯୯୯ରେ ପାଆନ୍ତୁ ଦମଦାର ଫିଚର୍

 ଜାଓମି ନୂଆ ସ୍ମାର୍ଟ ଫୋନ୍ ରେଡ୍ଏମଆଇ୮ ବୁଧବାର ଲଞ୍ଚ କରିଛି । ଏହି ଫୋନର ବଜାର ମୂଲ୍ୟ ୭,୯୯୯ ଟଙ୍କା ରହିଛି । ଏଥିରେ ୩ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ ମେମୋରୀ ରହିଛି ।

ରେଡ ଏମଆଇ୮ରେ ସ୍ନାପ ଡ୍ରାଗନ ୪୩୯ soc, ଡୁଆଲ ରିୟର କ୍ୟାମେରା (୧୨+୨) ମେଗାପିକ୍ସେଲ, ୮ମେଗାପିକ୍ସେଲ ସେଲ୍ଫି କ୍ୟାମେରା. ୫୦୦୦ଏମଏଏଚ୍ ବ୍ୟାଟେରି ସହ ୧୮ ୱାଟ ଚାର୍ଜିଂ ସପୋର୍ଟ, ରିଅର ଫିଙ୍ଗରପ୍ରିଣ୍ଟ ସେନ୍ସର, ଫେସ ଅନଲକ୍ ସପୋର୍ଟ ଓ ଆଇଆର ବ୍ଲାଷ୍ଟର ଫିଚର ଆଦି ରହିଛି l

ପିଟୁଆଇ ସପୋର୍ଟ କୋଟିଂ ଓ ଗରିଲା ଗ୍ଲାସ ୫ ଏହାର ରହିବା ସହ ବକ୍ସରେ ୧୦ୱାଟର ଚାର୍ଜର ରହିଛି । ରେଡଏମଆଇ ୮ର ବ୍ଲୁ, ରେଡ୍, ବ୍ଲାକ ରଙ୍ଗର ଫୋନ ଉପଲବ୍ଧ ହୋଇଛି।

ବଜାର ମୂଲ୍ୟ
ରେଡ୍ଏମଆଇ୮ : ୩ଜିବି + ୩୨ଜିବି ୭୯୯୯ଟଙ୍କା
ରେଡ୍ ଏମଆଇ୮: ୪ଜିବି + ୬୪ ଜିବି ୮୯୯୯ଟଙ୍କା

ଏହି ଫୋନ ଆସନ୍ତା ଅକ୍ଟୋବର ୧୨ ତାରିଖ ରାତି ୧୨:୦୧ରୁ mi.com, ଫ୍ଲିପ କାର୍ଟ, ଏମଆଇ ହୋମ ଷ୍ଟୋରରେ ଉପଲବ୍ଧ ହେବ ।