ଜନ୍ତରମନ୍ତରରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ କୁସ୍ତିଯୋଦ୍ଧାଙ୍କ କ୍ୟାଣ୍ଡେଲ ମାର୍ଚ୍ଚ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ଗିରଫଦାରୀ ଦାବୀ କରି କୁସ୍ତିଯୋଦ୍ଧା କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିଛନ୍ତି । ଏହି କ୍ୟାଣ୍ଡେଲ ମାର୍ଚ୍ଚ ଜନ୍ତର ମନ୍ତରରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ଯାଇଛି । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓ କୃଷକ ନେତା ରାକେଶ ଟିକାୟତ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏହି ଅବସରରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ, ଭଉଣୀଙ୍କ ସମ୍ମାନ ଆମ ଜୀବନଠୁ ବି ଅଧିକ ମୂଲ୍ୟବାନ । ଯେପର୍ଯ୍ୟନ୍ତ ଦେଶର ଝିଅଙ୍କୁ ନ୍ୟାୟ ମିଳିନି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଅନେକ ଲୋକ ଏହି ପ୍ରଦର୍ଶନକୁ ବଦନାମ କରିବାରେ ଲାଗିଛନ୍ତି । ସେଥିପାଇଁ ଏପରି ଆମକୁ ସହଯୋଗ କରିବାକୁ ମୁଁ ନିବେଦନ କରୁଛି ।