କେଦାରନାଥ ପହଞ୍ଚିଲେ ଅକ୍ଷୟ

ଉତ୍ତରାଖଣ୍ଡ: ବଲିଉଡ ଅଭିନେତା ଅକ୍ଷୟ କୁମାର ଉତ୍ତରାଖଣ୍ଡର ବାବା କେଦାରନାଥ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଅକ୍ଷୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅକ୍ଷୟଙ୍କୁ କେଦାରନାଥ ମନ୍ଦିରରେ ତାଙ୍କ ସୁକ୍ୟୁରିଟି ସହ ଦେଖିବାକୁ ମିଳିଛି। ଅକ୍ଷୟଙ୍କ ଆଖପାଖରେ ଭିଡ଼ ଜମିଥିବା ମଧ୍ୟ ନଜିର ରହିଛି । ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ବାବା କେଦାରନାଥ ମନ୍ଦିରର ଏକ ସୁନ୍ଦର ଝଲକ ଦେଖିବାକୁ ମିଳିଛି । ଏହି ଫଟୋର କ୍ୟାପସନରେ ଅକ୍ଷୟ ‘ଜୟ ବାବା ଭୋଳାନାଥ’ ଲେଖିଛନ୍ତି । ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୫୩ ହଜାର ଲାଇକ ମିଳିସାରିଛି ।