ରକି ଔର ରାନୀ କି ପ୍ରେମ କାହାନୀର ଗୀତ ସୁଟିଂ ପାଇଁ କାଶ୍ମୀରରେ ଆଲିଆ-ରଣବୀର

କାଶ୍ମୀର,ଏଜେନ୍ସି: ବଲିଉଡର ସବୁଠାରୁ ଲୋକପ୍ରିୟ କପଲ ହେଉଛି ରଣବୀର ଏବଂ ଆଲିଆ । ଗତବର୍ଷ କନ୍ୟା ହେବା ପରେ କିଛିଦିନ ପରେ ପୁଣି ସୁଟିଂସେଟକୁ ଫେରିଛନ୍ତି ଆଲିଆ । ବର୍ତ୍ତମାନ ଦୁହେଁ କାଶ୍ମୀରରେ ଅଛନ୍ତି । ଆଗକୁ ଦୁହିଁଙ୍କ ରକି ଔର ରାନୀ କି ପ୍ରେମ କାହାନୀ ଆସିବାକୁ ଥିବା ବେଳେ ବର୍ତ୍ତମାନ ଗୀତ ସୁଟିଂ ପାଇଁ ଉଭୟେ କାଶ୍ମୀରରେ ନଜର ଆସିଛନ୍ତି । ବୁଧବାର ଉଭୟେ ଶ୍ରୀନଗର ପହଞ୍ଚିଥିବା ବେଳେ କଡା ସୁରକ୍ଷା ମଧ୍ୟରେ ଗୁଲମର୍ଗରେ ପହଞ୍ଚିଥିଲେ ବୋଲି ଧର୍ମା ପ୍ରଡକ୍ସନର କ୍ରୁ ମେମ୍ବର ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି,” ରଣବୀର- ଆଲିଆ ବୁଧବାର କାଶ୍ମୀରରେ ପହଞ୍ଚିଥିବା ବେଳେ କରନ ଜୋହର ଗୋଟିଏ ଦିନ ଆଗରୁ ପହଞ୍ଚିଥିଲେ । ରକି ଔର ରାନୀ କି ପ୍ରେମ କାହାନୀ ଫିଲ୍ମର ଗୀତ ସୁଟିଂ ଗୁଲମର୍ଗ ବ୍ୟତୀତ ଶ୍ରୀନଗର ଏବଂ ପହଲଗାମରେ ହେବ । ତେବେ ଗୀତ ସୁଟିଂ ପରେ ୯ ତାରିଖରେ ଭଉୟେ ମୁମ୍ବାଇ ଫେରି ଆସିବେ । “