Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମହିଳା ଆଇପିଏଲ୍‌: ଦିଲ୍ଲୀକୁ ୧୧ ରନରେ ହରାଇଲା ଗୁଜରାଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମହିଳା ଆଇପିଏଲ୍‌: ଦିଲ୍ଲୀକୁ ୧୧ ରନରେ ହରାଇଲା ଗୁଜରାଟ

ମୁମ୍ବାଇ,ଏଜେନ୍ସି: ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣର ୧୪ ତମ ମ୍ୟାଚରେ ଦିଲ୍ଲୀ ଓ ଗୁଜରାଟ ପରସ୍ପରକୁ ଭେଟିଥିଲେ । ଏଥିରେ ଦିଲ୍ଲୀକୁ ୧୧ ରନରେ ପରାସ୍ତ କରିଛି ସ୍ନେହ ରଣାଙ୍କ ନେତୃତ୍ବାଧୀନ ଗୁଜରାଟ ଜାଏଣ୍ଟ୍ସ । ଦଳ ଏହି ବିଜୟ ସହ ପ୍ଲେ ଅଫ ଆଶା ବଜାୟ ରଖିଛି । ଗୁଜରାଟର ଆଶଲେ ଗାର୍ଡନର ୩୩ ବଲରେ ଅପରାଜିତ ଅର୍ଦ୍ଧଶତକ ସହ ୨ଟି ୱିକେଟ ହାସଲ କରିଥିଲେ । ଉଭୟ ବିଭାଗରେ ଆଶଲେ ଦମଦାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେହିପରି କିମ ଗ୍ରାଥ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳି ବିବେଚିତ ହୋଇଛନ୍ତି । ଗୁଜରାଟ ଦ୍ବିତୀୟ ବିଜୟ ସହ ୪ ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି ।

ଟସ ଜିତି ଦିଲ୍ଲୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଁ ଗୁଜରାଟର ସୋଫିଆ ଡଙ୍ଗଲି ଓ ଲୌରା ଉଲଭାର୍ଟ ଓପନିଂ କରିଥିଲେ । ସୋପିଆ ମାତ୍ର ୪ ରନ କରି ସଅଳ ପାଭିଲିୟନ ଫେରିଥିଲେ । ମାରିଜାନ କାପଙ୍କ ଶିକାର ହୋଇଥିଲେ ସୋଫିଆ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହର୍ଲିଲ ଦେଓଲ ଅନ୍ୟ ଓପନର ଲୌରା ଉଲଭାର୍ଟଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟଙ୍କ ମଧ୍ୟରେ ୪୯ ରନ ଭାଗିଦାରୀ ଗଠନ ହୋଇଥିଲା । ଦଳୀୟ ସ୍କୋର ୫୩ରେ ହର୍ଲିଲ ଦେଓଲ ୩୧ ରନ କରି ଆଉଟ ହୋଇଥିଲେ । ପରେ ଆଶଲି ଗାର୍ଡନର ଲୌରାଙ୍କ ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ ।

ଦୁହେଁ ୮୧ ରନ ଯୋଗ କରି ଦଳୀୟ ରନକୁ ୧୩୪ରେ ପହଞ୍ଚାଇଥିଲେ । ଲୌରା ଉଲଭାର୍ଟ ୩୩ ବଲରେ ୫୭ ରନ କରି ଆଉଟ ହୋଇଥିଲେ । ଆଶଲେ ଗାର୍ଡନର ୩୩ ବଲରେ ଅପରାଜିତ ୫୧ ରନ କରି ଦଳୀୟ ସ୍କୋରକୁ ୧୪୭ରେ ପହଞ୍ଚାଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଗୁଜରାଟ ୪ ୱିକେଟ ହରାଇ ୧୪୭ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ମାରିଜାନ କାପ ଗୋଟିଏ ୱିକେଟ ହାସଲ କରିଥିଲେ ।

୧୪୮ ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ । ଗୁଜରାଟ ଜାଏଣ୍ଟ୍ସର ବୋଲିଂ ଆଗରେ ଦିଲ୍ଲୀ ବ୍ୟାଟର ବାଟବଣା ହୋଇଥିଲେ । ସେଫାଳି ବର୍ମା ୮ ରନ କରି ଆଉଟ ହୋଇଥିଲେ । ଆଲିସ କ୍ୟାପସି ମେଗ ଲାନିଙ୍ଗ ସହ ମିଶି ସ୍ଥିତି ସମ୍ଭାଳିଥିଲେ । ଦଳୀୟ ସ୍କୋର ୪୮ରେ ମେଗ ଲାନିଙ୍ଗ ୧୮ ରନ କରି ଆଉଟ ହୋଇଥିଲେ । କ୍ୟାପସି ୧୧ ବଲରୁ ୨୨ଟି ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ମାରିଜାନ କାପ ୩୬, ଅରୁନ୍ଧତି ରେଡ୍ଡୀ ୨୫ ରନ କରିଥିଲେ । ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ୧୮.୪ ଓଭରରେ ଦଳ ୧୩୬ରନ କରି ଆଲ ଆଉଟ ହୋଇଥିଲା । ଗୁଜରାଟ ପକ୍ଷରୁ କିମ ଗ୍ରାଥ, ତନୁଜା କୱଁର ଓ ଆଶଲି ଗାର୍ଡନର ୨ଟି ଲେଖାଏଁ ୱିକେଟ ନେଇଥିଲେ ।