ହାସ୍ୟ ଅଭିନେତା ଖ୍ୟାଲିଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

ଜୟପୁର,ଏଜେନ୍ସି: ଆମ ଆଦମୀ ପାର୍ଟି ନେତା ତଥା ଜଣାଶୁଣା ହାସ୍ୟ ଅଭିନେତା ଖ୍ୟାଲିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଦୁଷ୍କର୍ମ ଅଭିଯୋଗରେ ଜୟପୁର ମାନସରବୋର ଥାନାରେ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ହନୁମାନଗଡର ଜଣେ ଯୁବତୀ ଏହି ଅଭିଯୋଗ ଆଣିଛନ୍ତି । ସୂଚନାଅନୁସାରେ, ଜୟପୁର ମାନସରବୋର ଥାନାରେ ଟିଭି ହାସ୍ୟ ଅଭିନେତା ଖ୍ୟାଲିଙ୍କ ନାଁରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଫିଲ୍ମରେ କାମ ଦେବାକୁ ହୋଟେଲକୁ ଡାକି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏନେଇ ପୋଲିସ ତରଫରୁ କୁହାଯାଇଛି, “ହନୁମାନଗଡର ଏକ ଯୁବତୀ ଖ୍ୟାଲିଙ୍କ ନାମରେ ଏତଲା ଦେଇଛନ୍ତି । ଆମ ଆଦମୀ ନେତା ତଥା ହାସ୍ୟ ଅଭିନେତା ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗରେ ଯୁବତୀଜଣକ ଦର୍ଶାଇଛନ୍ତି ।” ହନୁମାନଗଡର ଯୁବତୀ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ,” ହାସ୍ୟ ଅଭିନେତା ତଥା ରାଜନେତା ଖ୍ୟାଲି ମୋତେ ଫିଲ୍ମରେ କାମ ଦେବା ପାଇଁ କହି ହୋଟେଲକୁ ଡାକିଥିଲେ । ସେଠାରେ ମୋତେ ଦୁଷ୍କର୍ମ କରିଛନ୍ତି । ଯେତେବେଳେ ମୁଁ ବିରୋଧ କରିଲି ସେତେବେଳେ ଖ୍ୟାଲି ମୋତେ ଧମକ ଦେବା ସହ ହୋଟେଲରୁ ପଳାଇଥିଲେ ।” ପ୍ରକାଶଥାଉକି ଖ୍ୟାଲି ଟିଭିରେ ଜଣାଶୁଣା ହାସ୍ୟ ଅଭିନେତା ଭାବେ କାମ କରୁଥିବା ବେଳେ ଏବେ ଗତ କିଛି ଦିନ ହେବ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।