ସାରା ବିଶ୍ୱରେ ବଢ଼ିଛି ୧.୨ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତରେ ରେକର୍ଡ ହୋଇଥିବା ବାର୍ଷିକ-ହାରାହାରି ତାପମାତ୍ରା ଅନୁଯାୟୀ ଗତ ଦୁଇ ଦଶନ୍ଧି ସବୁଠାରୁ ଉତ୍ତପ୍ତ ଦଶନ୍ଧି ଭାବେ ପରିଗଣିତ ହୋଇଛି। ରେକର୍ଡ ହୋଇଥିବା ବାର୍ଷିକ-ହାରାହାରି ମୁଖ୍ୟ ଭୂଖଣ୍ଡର ତାପମାତ୍ରା ଅନୁଯାୟୀ ୨୦୨୦ ଅଷ୍ଟମ ଉତ୍ତପ୍ତ ବର୍ଷ ଭାବେ ବିବେଚିତ ହୋଇଛି। ୨୦୦୧-୧୦ ଦଶନ୍ଧିରେ ସ୍ୱାଭାବିକ ତାପମାତ୍ରାଠାରୁ ୦.୨୩ ଡିଗ୍ରୀ ଅଧିକ ଥିବାବେଳେ ୨୦୧୧-୨୦ ଦଶନ୍ଧିରେ ତାପମାତ୍ରା ୦.୩୪ ଡ଼ିଗ୍ରୀ ଅଧିକ ରହିଛି। ବିଶ୍ୱ-ପାଣିପାଗ-ସଂସ୍ଥାନ ଅନୁଯାୟୀ ୨୦୨୦ରେ ସାରା ପୃଥିବୀର ତାପମାତ୍ରା ସ୍ୱାଭାବିକଠାରୁ ୧.୨ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଥିବା ଜଣାପଡ଼ିଛି।