୨୫ ବର୍ଷ ବୟସରେ ଟେନିସରୁ ଅବସର ନେଲେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ଆଶ୍ଲିଗ୍ ବାର୍ଟି ୨୫ ବର୍ଷ ବୟସରେ ପେସାଦାର ଟେନିସରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏତେ କମ୍ ବୟସରେ ବାର୍ଟିଙ୍କ ଅବସର ଘୋଷଣା କରି ଟେନିସ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିବା ଏକ ଭିଡିଓରେ ଏନେଇ ସେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଜି ମୁଁ ଟେନିସରୁ ଅବସର ଘୋଷଣା କରିବା ମୋ ପାଇଁ କଷ୍ଟସାଧ୍ୟ ଏବଂ ଭାବନାରେ ପରିପୂର୍ଣ୍ଣ।

ତାଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ଡବଲ୍ସ ପାର୍ଟନର କେସି ଡେଲାକ୍କାଙ୍କ ସହ ଅଶ୍ରୁଳ ଭିଡିଓ ବାର୍ତ୍ତାରେ ବାର୍ଟି କହିଛନ୍ତି ଯେ ଏହି ଖେଳ ମୋତେ ଦେଇଥିବା ସବୁ କିଛି ପାଇଁ ସେ କୃତଜ୍ଞ। ଏହି ଭାବପ୍ରବଣ ଭିଡିଓରେ ବାର୍ଟି କହିଛନ୍ତି: “ମୁଁ ଏହା କିପରି କରିବି ତାହା ନିଶ୍ଚିତ ନୁହେଁ। ଏହା କହିବା କଷ୍ଟକର ମୁଁ ବହୁତ ଖୁସି ଏବଂ ମୁଁ ପ୍ରସ୍ତୁତ ଅଛି। ମୁଁ ବର୍ତ୍ତମାନ ମୋ ହୃଦୟରୁ ଜାଣେ ଯେ ଜଣେ ବ୍ୟକ୍ତି ଭାବରେ ଏହା ଠିକ୍ ନିଷ୍ପତି ଅଟେ।”

“ଟେନିସର ଏହି ସୁନ୍ଦର ଖେଳ ପାଇଁ ମୁଁ ମୋର ସବୁ କିଛି ସମ୍ପୂର୍ଣ୍ଣରୂପେ ଦେଇଛି, ଏବଂ ମୁଁ ଏଥିରେ ଖୁସି ଅଟେ। ମୋ ପାଇଁ ଏହା ମୋର ସଫଳତା ବୋଲି ସେ କହିଛନ୍ତି। ତେବେ ଯେ କୌଣସି କିଡ଼ାରେ ଜଣେ ପେସାଦାର ଆଥଲେଟ ତାଙ୍କ ଖେଳରେ ଶୀର୍ଷରେ ଥିବାବେଳେ ସେଥିରୁ ଦୂରେଇ ଯିବା ଅତ୍ୟନ୍ତ ବିରଳ। ସେ ତିନୋଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଛନ୍ତି।