ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ ୬ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର। ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି। ଏଯାଏଁ ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେଣି ରାଜ୍ୟ ସରକାର। ଆଜି ଜଣେ ମୁଖ୍ୟ ଯନ୍ତ୍ରୀ, ୩ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ୨ ବିଇଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସମ୍ବଲପୁର ବିଦ୍ୟୁତ୍ ବିଭାଗ ମୁଖ୍ୟ ଯନ୍ତ୍ରୀ ସୁନୀଲ ପଣ୍ଡାଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି, ସେହିଭଳି ବ୍ରହ୍ମପୁରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଭୁବନେଶ୍ବରର ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୀପକ ଭୁୟାଁ ଓ ପ୍ରଶାନ୍ତ ମିଶ୍ରଙ୍କୁ ମଧ୍ୟ ସମ ଦଶା ଭୋଗିବାକୁ ପଡିଛି।
ସୂଚନାଯୋଗ୍ୟ ରାଜ୍ୟରେ ଦୁର୍ନିତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏପରି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିବାକୁ ଠିକ୍ ମଣୁଛନ୍ତି। ବର୍ତ୍ତମାନ ରାଜ୍ୟ ଦୁର୍ନିତି ନିବାରଣ ସଂସ୍ଥା ବା ଭିଜିଲାନ୍ସ ଗୋଡେଇ ଗୋଡେଇ ଦୁର୍ନିତିରେ ଭରି ହୋଇଥିବା ଅଧିକାରୀଙ୍କ ଉପରେ ଚଢଉ କରୁଛି। ପ୍ରଶାସନକୁ ସ୍ୱଚ୍ଛ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି।