ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ସହରର ସ୍ଥାନୀୟ ମାଦିକୁନ୍ଦା ଛକ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡେପୁଟି ଜ଼ିଲ୍ଲାପାଳ ବୁନା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଶାରୀରିକ ପ୍ରଶିକ୍ଷଣ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ରାଜ କିଶୋର ସ୍ୱାଇଁ, ରାକେଶ ବିଶ୍ୱାଳ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ କୁମାର ଦାଶ, ଲଷ୍ମୀପ୍ରିୟା ରଥ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗଦେଇଥିଲେ।
ଫୁଲବାଣୀ ବ୍ଲକ୍ର ପ୍ରତ୍ୟେକ ହାଇସ୍କୁଲର ଛାତ୍ରଛାତ୍ରୀ, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ଏବଂ ଯୁବକ ସଙ୍ଘର ଭାଇ ଓ ଭଉଣୀ ମାନେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ପତାକା ଦେଖାଇ ସାଇକେଲ ରାଲିର ଶୁଭ ଉଦ୍ଘାଟନ କରିଥିଲେ। ରାଲି ମାଡିକୁନ୍ଦା ଛକରୁ ବାହାରି ସହର ପରିଭ୍ରମଣ କରି ପୁଲିସ ପଡିଆରେ ସମାପ୍ତ ହୋଇଥିଲା।