କରମତଲା ଗାଁରେ ପାଣି ସମସ୍ୟାକୁ ନେଇ ବିଡିଓଙ୍କଠାରେ ଅଭିଯୋଗ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ଗାଁର ଉପରପଡ଼ାରେ ପାଣିର ଘୋର ସମସ୍ୟା ଦେଖା ଦେଇଛି । ଏନେଇ ବହୁବାର ପଞ୍ଚାୟତ ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ଆଜି ସ୍ଥାନୀୟ ମହିଳାମାନେ ବିଡିଓ ଚନ୍ଦ୍ରମଣି ନାଗଙ୍କଠାରେ ଅଭିଯୋଗ କରିଥିଲେ । ଆଉ ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ଶ୍ରୀଯୁକ୍ତ ନାଗ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଘରକୁ ଫେରିଛନ୍ତି ।