ଥାନାରେ କାର୍ଯ୍ୟରତ ମହିଳା ପୁଲିସଙ୍କୁ ସ୍କୁଟି ପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ପ୍ରତ୍ୟେକ ଥାନାରେ ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱରେ ଥିବା ମହିଳା କର୍ମଚାରୀଙ୍କୁ ଆଜି ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ସ୍କୁଟି ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ଯୋଜନାରେ ପ୍ରଦତ୍ତ ଅର୍ଥ ରାଶିରୁ ରାଜ୍ୟ ଗୃହ ବିଭାଗ ପ୍ରତ୍ୟକ ଜିଲ୍ଲାର ସମସ୍ତ ଥାନା ପାଇଁ ଗୋଟିଏ ଲେଖାଏଁ ସ୍କୁଟି ବ୍ୟବସ୍ଥା କରିଥିଲେ। ଏହି ଅନ୍ତର୍ଗତ ଆଜି ଦେବଗଡ଼ ଜିଲ୍ଲାର ୪ଟି ଥାନା ପାଇଁ ଗୋଟିଏ ଲେଖାଏଁ ସ୍କୁଟି ମହିଳା କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସରଜେଣ୍ଟ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡି ଉପସ୍ଥିତ ଥିଲେ।