ରିଆମାଳ/ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ସିଆରିମାଳିଆ ଗ୍ରାମ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ଏକ ହାଇୱା ତଳେ ଜଣେ ଶ୍ରମିକ ଚାପି ହୋଇ ମୃତ୍ୟୁ ବରଣ କରିଛି।
ସୂଚନା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ଟ୍ରାକ୍ଟର ଯୋଗେ ଧାନ ବୋଝେଇ କରି ଖଳାରେ ଗଦା କରିବା ପରେ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ନୂଆଡିହ ପଞ୍ଚାୟତ ଝାରମୁଣ୍ଡା ଗ୍ରାମର ଶ୍ରମିକ ସୁଖରାମ ମୁଣ୍ଡା(୪୦) କୁ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ପାଉଁଶ ବୋଝେଇ ହାଇୱା ଟ୍ରକ (ଓଡ଼ି-୧୫ଜେ-୭୫୮୫) ଧକ୍କା ଦେବା ସହ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ସୁଖରାମର ମୃତ୍ୟୁ ଘଟିଥିଲା। ମୃତ ଶ୍ରମିକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରି ଆନ୍ଦୋଳନ କରିଛନ୍ତି। ଖବର ଲେଖାହେବା ଯାଏ ମୃତ ଦେହ ରାସ୍ତାରେ ପଡ଼ିଥିବା ଜଣାପଡିଛି।