ପୁଲିସ ଉପସ୍ଥିତିରେ ପୌରାଧ୍ୟକ୍ଷାଙ୍କ ସହ ଆଲୋଚନା ପରେ ୱାର୍କ୍ସ ସେକ୍ସନ ତାଲା ଖୋଲିଲେ ଉପାଧ୍ୟକ୍ଷ

ଦେବଗଡ,ଏନ୍‌ଏନ୍‌ଏସ୍‌: ପୌର ପରିଷଦ ୱାର୍କ୍ସ ସେକ୍ସନରେ ବିଜେପି କର୍ମୀଙ୍କ ତାଲା ପକାଇବା ଘଟଣାକୁ ନେଇ ଦେଖା ଯାଇଥିବା ଉତ୍ତେଜନା ପ୍ରଶମିତ ହୋଇଛି। ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଉପସ୍ଥିତିରେ ବିଜେଡି ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଓ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ସମେତ ବିଜେପି ଓ ବିଜେଡି କାଉନସିଲରଙ୍କ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଆଗାମୀ ଦିନରେ ଶାନ୍ତି ପୂର୍ଣ୍ଣ ବାତାବରଣ ମଧ୍ୟରେ ପୁଲିସ ଉପସ୍ଥିତିରେ କାଉନସିଲ ବୈଠକ କରାଯିବା ନିଷ୍ପତ୍ତି ନିଆଯିବା ପରେ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ୱାର୍କ୍ସ ସେକ୍ସନରେ ପକାଇଥିବା ତାଲାକୁ ଅନ୍ୟ କାଉନସିଲରଙ୍କ ସହ ପୁଲିସ ଉପସ୍ଥିତିରେ ଖୋଲିଥିଲେ।