ନବୀନ ନିବାସରେ ମଲ୍ଲୁ ଭାଇ ସମ୍ମାନିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଜେଇଇ ଆଡଭାନ୍ସରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ବାସଭବନରେ ମଲ୍ଲୁ ଭାଇ ଦିବ୍ୟାନ୍ସୁ ଏବଂ ଦିପ୍ତାନ୍ସୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିବ୍ୟାନ୍ସୁ ମଲ୍ଲୁ ଜେଇଇ ଆଡଭାନ୍ସ ସର୍ବ ଭାରତୀୟ ରାଙ୍କି ପ୍ରକାଶ ପାଇଥିଲା ବେଳେ ସେ ୧୧ ତମ ସ୍ଥାନରେ ରହିଥିବା ବେଳେ ଓଡ଼ିଶାରେ ଟପ୍ପର ହୋଇଛନ୍ତି। ଆନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନ ଅଲିମ୍ପିଆଡରେ ସେହିଁ କେବଳ ସ୍ୱର୍ଣ୍ଣ ପଦକ ହାସିଲ କରିଥିଲେ।

ସେହିପରି ଆନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନ ଅଲିମ୍ପିଆଡରେ ସ୍ୱର୍ଣ୍ଣ ପାଇବା ପାଇଁ ଏହି ଅଧିବେଶନରେ ଭାରତରୁ କେବଳ ଜଣେ ଏବଂ ତାଙ୍କର ଯାଆଁଳା ଭାଇ ଦୀପ୍ତାନ୍ସୁ ମଲ୍ଲୁ ଜେଇଇ ଆଡଭାନ୍ସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୨୨୮ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଭାଇଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଅଧିକ ସଫଳ କାମନା କରିଛନ୍ତି।