ପାଟଣାରେ କାଠ ମାଫିଆ ସକ୍ରିୟ: ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଚୌକାଠ ଓ ପଟା ଜବତ

  • ଦିନ ଦିପ୍ରହରରେ ବନବିଭାଗକୁ ଖୁଲମଖୁଲା ଚ୍ୟାଲେଞ୍ଜ

ପାଟଣା,ଏନ୍ଏନ୍ଏସ୍: ପାଟଣା ବନ ବିଭାଗ ଓ ମୋବାଇଲ ସ୍ୱାଡ୍ ପକ୍ଷରୁ ରବିବାର ସୋରାସକେଲା ପଞ୍ଚାୟତ ଖମୁଆଁ ଗ୍ରାମର ରତନପୁରସାହିରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି, ପଟା ଓ ଚୌକାଠ ଜବତ କରିବା ସହିତ କାଠ କାଟିବାରେ ବ୍ୟବହୃତ କରତ ଓ ଟାଙ୍ଗିଆ ଜବତ କରିଛି। ଉକ୍ତ ସାହିରେ ଅସ୍ଥାୟୀ କରତକଳ ଚାଲିଥିବା ପାଟଣା ବନବିଭାଗ ଖବର ପାଇ ଚଢ଼ଉ କରିଥିବାବେଳେ ବନବିଭାଗ କର୍ମଚାରୀଙ୍କୁ ଦେଖି କାଠମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏଥି ସହିତ ମାଫିଆମାନେ ରହୁଥିବା ଅସ୍ଥାୟୀ ଘରେ ନିଜେ ନିଆଁ ଲଗାଇ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଯେ କାଠ ମାଫିଆମାନେ ଦିନ ଦ୍ଵିପହର ରେ କାଠ କାଟିବାକୁ ସକ୍ଷମ ହେଇଛନ୍ତି କିପରି ? ଆଉ ବନ ବିଭାଗ ଚଢ଼ଉ କରୁଥିବା କଥା ଜାଣି ଫେରାର ହେବାରେ ସକ୍ଷମ ହେଉଛନ୍ତି କିପରି ? ଉଭୟ ମାଫିଆ ଓ ବନ ବିଭାଗ କର୍ମଚାରୀଙ୍କ ସହିତ ମଧୁଚନ୍ଦ୍ରିକାରେ ଜଙ୍ଗଲ ଗଛ କାଟୁଛନ୍ତି ମାଫିଆ । ପାଟଣା ରେଞ୍ଜ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ରୁ ଦିନ ରାତି ମାଫିଆ ମାନେ କାଠ କାଟି ଲୁଟ କରୁଥିବା ବେଳେ ବନ ବିଭାଗ ପାଖରେ ଖବର ନାହିଁ ଗ୍ରାମ ବାସୀ ବନବିଭାଗ କୁ ଫୋନ ଯୋଗେ ଜଣାଇଲେ ବନ ବିଭାଗ ଚଢ଼ାଉ କରି କେବଳ କାଠ ସହିତ ଗାଡି ଜବତ କରିଥିଲେ ହେଁ କାଠ ମାଫିଆ ଓ ଗାଡିର ଡ୍ରାଇଭର ଙ୍କୁ ଧରିବାରେ ସକ୍ଷମ ହେଉନାହିଁ।

ନା ଜାଣି ଶୁଣି ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛି ବନ ବିଭାଗ ତାହା ଏବେ ବିରାଟ ପ୍ରଶ୍ନବାଚୀ। ଗତ ଗୁରୁବାର ଗୋରାସ୍ ଗ୍ରାମରୁ ଲକ୍ଷାଧିକ ଟଙ୍କାର ୨୭ ଟି ଶାଳ କାଠ ମାଫିଆ ମାନେ କାଟି ରଖିଥିବା ବେଳେ ବନ ବିଭାଗ ଜବତ କରିଥିଲା।ପୁଣି ଖମୁଆଁ ଗ୍ରାମରେ ଅସ୍ଥାୟୀ କରତ କଳ ଗଢି ଉଠି ଜଙ୍ଗଲ ନଷ୍ଟ କରି କଟି କଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି କିପରି ତାହା ଏବେ ବନ ବିଭାଗ କର୍ମଚାରୀ ଙ୍କ କାର୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।