ଭବାନୀପାଟଣା,ଏନ୍ଏନ୍ଏସ୍: ଜିଲ୍ଲା ମହିଳା କଂଗ୍ରେସ୍ ଉପ ସଭାନେତ୍ରୀ ଜୋତ୍ସ୍ନା ବଗର୍ତିଙ୍କ ନେତୃତ୍ୱରେ ଭବାନୀପାଟଣା ଘୋଡ଼ାଘାଟ ଛକ ନିକଟରେ କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ କରାଯାଇଥିଲା। ମୋଦୀ ସରକାରର ୭ ବର୍ଷ ଶାସନ କାଳରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଗ୍ୟାସ ଦର ବାରମ୍ବାର ବୃଦ୍ଧି ହେବl ଫଳରେ ଦେଶର ଗରିବ ମଧ୍ୟବିତ୍ତଙ୍କ ଉପରେ ବହୁତ ପ୍ରଭାବ ପଡୁଛି। ଗ୍ୟାସ୍ ଦର ୫୦୦ରୁ ୧୦୫୦ ଟଙ୍କା ହେଲାଣି। ସରକାର ଗରିବଙ୍କ ଆଖିରୁ ଲୁହ ପୋଛିବାକୁ ଯାଇ ଉଜ୍ଜଳା ଯୋଜନା ଆରମ୍ଭ କଲେ ଓ ସମସ୍ତଙ୍କ ଆଗରେ ବାହାବା ମାରୁଛନ୍ତି।
ଅଥଚ ଯେଉଁ ଗରିବ ଲୋକେ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ତାଘରେ ସିଲିଣ୍ଡର କୋଣରେ ପଡିରହିଛି। ଲୋକଙ୍କ ପାଖରେ ତେଲ ଲୁଣ କିଣିବାକୁ ଟଙ୍କା ନାହିଁ, ଗ୍ୟାସ ଭରିବେ କିପରି। ପରିବାର ଚଳେଇବା ପାଇଁ ଲୋକେ ଦେଶାନ୍ତର ହେଉଛନ୍ତି। ସେଥିରେ ପୁଣି “ବୋଝଉପରେ ନଳିତା ବିଡ଼ା “ଏସବୁ ପାଇଁ କେବଳ କେନ୍ଦ୍ର ବିଜେପି ସରକାର ହିଁ ଦାୟୀ। ଏଣୁ ତୁରନ୍ତ ମୋଦୀ ସରକାର ଗ୍ୟାସ୍ ଦର ପ୍ରତ୍ୟାହାର କରନ୍ତୁ ନଚେତ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଆନ୍ଦୋଳନରତ ମହିଳା କଂଗ୍ରେସ ନେତ୍ରୀମାନେ ଚେତାବନୀ ଦେଇଥିଲେ l
ଉକ୍ତ ଲାର୍ଯ୍ୟକ୍ରମରେ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସୁକାନ୍ତି ସରାଫ,ଯୁବକଂଗ୍ରେସ ମହିଳା ଉପସଭାନେତ୍ର ମନ୍ଦାକିନୀ ବଣୁଆ, ନାରୀନେତ୍ରୀ ମର୍ଜିନା ପ୍ରଧାନ, ଯାଜ୍ଞସିନୀ ନାଏକ, ଯଶୋଦା ସୁନା, ଝିଲି ରାଉତ, ରତ୍ନମାଳା ମାଝୀ, ପୁଷ୍ପ ବିହାରୀ, ରାଜକୁମାରୀ ସରାଫ, ବସୁମତୀ ବାଗଙ୍କ ସମେତ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଉପସଭାପତି ପରମାନନ୍ଦ ମାଝୀ, ସମ୍ପାଦକ ବ୍ରଜ ସାହୁ, ସୁରେଶ ପଟ୍ଟନାୟକ, ରାଜୀବଗାନ୍ଧୀ ପଞ୍ଚାୟତ୍ତିରାଜ ସଂଗଠନ ସଂଯୋଜକ ସରୋଜ ବାଗ, ଟି ଳେମନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।