ପତ୍ନୀଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଣ୍ଣ ମନ୍ଦିର ଗସ୍ତ

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ପତ୍ନୀ ଗୁରପ୍ରୀତ କୌରଙ୍କ ସହ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ବିବାହ ପରେ ପତ୍ନୀଙ୍କ ସହ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଅମୃତସର ଗସ୍ତ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମା’ ଓ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଭଗବନ୍ତ ମାନ ପଞ୍ଜାବର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ପଦରେ ରହି ବିବାହ କରିଛନ୍ତି । ମୁଖ୍ୟମନ୍ତ୍ରୀ ମାନ ଜୁଲାଇ ୭ରେ କୁରୁକ୍ଷେତ୍ରସ୍ଥିତ ପେହୋବାର ଡାକ୍ତର ଗୁରପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।