ଶୁକ୍ରବାରରୁ ଶୁଭାରମ୍ଭ ମହିଳା ବିଶ୍ବକପ, ଜାଣନ୍ତୁ କେବେ ଖେଳିବ ଟିମ ଇଣ୍ଡିଆ

ହାଇଦ୍ରାବାଦ,ଏଜେନ୍ସି: ଆଇସିସି ମହିଳା ବିଶ୍ବକପ ୨୦୨୨ର ଶୁଭାରମ୍ଭ ୪ ମାର୍ଚ୍ଚରୁ ନ୍ୟୁଜିଲାଣ୍ଡରେ ହେଉଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ। ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ ଦୁଇ ଟିମର ଲକ୍ଷ୍ୟ ରହିବ। ତେବେ ନ୍ୟୁଜିଲାଣ୍ଡ ପାଇଁ ୱେଷ୍ଟଇଣ୍ଡିଜ ଚ୍ୟାଲେଞ୍ଜ ସହଜ ହେବନାହିଁ, ମାତ୍ର ଘରୋଇ ପରିବେଶର ଫାଇଦା ଟିମକୁ ନିଶ୍ଚୟ ମିଳିବ।

ଆଇସିସି ଇଭେଣ୍ଟରେ ଏହି ଦୁଇ ଟିମ ମୋଟ ୬ଥର ସାମ୍ନାସାମ୍ନି ହୋଇଛନ୍ତି, ଯେଉଁଥିରେ କିୱି ଟିମ ୪ଥର ବିଜୟୀ ହୋଇଛି। ଅନ୍ୟପଟେ ଇଣ୍ଡିଜ ମହିଳା ଟିମ ଦୁଇଥର ବିଜୟର ସ୍ବାଦ ଚାଖିଛି। ଏହାବ୍ୟତୀତ ଦିନିକିଆରେ ଦୁଇ ମହିଳା ଟିମ ମଧ୍ୟରେ ମୋଟ ୧୯ ମ୍ୟାଚ୍‌ ଖେଳାଯାଇଛି। ନ୍ୟୁଜିଲାଣ୍ଡ ଟିମ ୧୧ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବାବେଳେ, ଇଣ୍ଡିଜ ଟିମ ମାତ୍ର ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି।

ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଇସିସି ମହିଳା ବିଶ୍ବକପର ପ୍ରଥମ ମ୍ୟାଚ୍‌ ଓଭଲ ମାଉଣ୍ଟ ମାଉଙ୍ଗାନୁଇ ମୈଦାନରେ ଖେଳାଯିବ। ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶ୍ବକପର ପ୍ରଥମ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ସକାଳ ୬.୩୦ରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମହିଳା ବିଶ୍ବକପର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କରେ ହେବ। ସେହିପରି ଲାଇଭ୍‌ ଷ୍ଟ୍ରିମିଂ ହଟଷ୍ଟାରରେ ଉପଲବ୍ଧ ହେବ।

ମହିଳା ବିଶ୍ବକପ ପାଇଁ ଭାରତୀୟ ଟିମ: ମିତାଲି ରାଜ(କ୍ୟାପଟେନ୍‌), ହରମନପ୍ରୀତ କୌର(ଭାଇସ-କ୍ୟାପେଟନ୍‌), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ଦିପ୍ତୀ ଶର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ତାନିଆ ଭାଟିଆ, ସ୍ନେହ ରାଣା, ଝୁଲଣ ଗୋସ୍ବାମୀ, ପୂଜା ବସ୍ତ୍ରକର, ମେଘନା ସିଂ, ରେଣୁକା ସିଂ ଠାକୁର, ରାଜେଶ୍ବରୀ ଗାଏକ୍ବାଡ ଓ ପୁନମ ରାଉତ।

ଭାରତୀୟ ମହିଳା ଟିମର ବିଶ୍ବକପ ମ୍ୟାଚ୍‌ ସୂଚୀ :-

ଭାରତ ବନାମ ପାକିସ୍ତାନ- ୬ ମାର୍ଚ୍ଚ – ସକାଳ ୬:୩୦

ଭାରତ ବନାମ ନ୍ୟୁଜିଲାଣ୍ଡ- ୧୦ ମାର୍ଚ୍ଚ – ସକାଳ ୬:୩୦

ଭାରତ ବନାମ ୱେଷ୍ଟଇଣ୍ଡିଜ – ୧୨ ମାର୍ଚ୍ଚ- ସକାଳ ୬:୩୦

ଭାରତ ବନାମ ଇଂଲଣ୍ଡ – ୧୬ ମାର୍ଚ୍ଚ- ସକାଳ ୬:୩୦

ଭାରତ ବନାମ ଅଷ୍ଟ୍ରେଲିଆ – ୧୯ ମାର୍ଚ୍ଚ ସକାଳ ୬:୩୦

ଭାରତ ବନାମ ବାଂଲାଦେଶ- ୨୨ ମାର୍ଚ୍ଚ ସକାଳ ୬:୩୦