ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଅଶୋଧିତ ତୈଳ ଦର ମୂଲ୍ୟ ଆଜି ବେରେଲ ପ୍ରତି ୧୧୯ ଡଲାରରେ ପହଂଚିଛି । ୨୦୧୨ ପରେ ଅଶୋଧିତ ତୈଳର ମୂଲ୍ୟ ସବୁଠୁ ଉଚ୍ଚତମ ସ୍ତରରେ ପହଂଚିଛି । ଋଷର ବିଶୋଧନ ଉପରେ ଆମେରିକାର ପ୍ରତିବନ୍ଧ, ଅଶୋଧିତ ତୈଳ ଯୋଗାଣରେ ରୋକ ଓ ଆମେରିକା ଷ୍ଟୋକ୍ସ ଖସିଥିବାରୁ ଅଶୋଧିତ ତୈଳର ଦର ବୃଦ୍ଧି ହୋଇଛି ।
ଅନ୍ତରାଷ୍ଟ୍ରୀୟ ରିସୋର୍ଚ୍ଚ ଏଜେନ୍ସି ଅନୁସାରେ, ଅଶୋଧିତ ତୈଳ ଦର ଆହୁରି ବଢ଼ିବ । ୨୦୨୨ରେ ଅଶୋଧିତ ତୈଳ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨ ମାସରୁ ଅଶୋଧିତ ତୈଳ ଦର ଲଗାତାର ଭାବେ ବଢ଼ିବାରେ ଲାଗିଛି ।