ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କଣ୍ଟାବାହାଳ ପଞ୍ଚାୟତରେ ମଦ ବନ୍ଦ ପାଇଁ ମହିଳା ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଶତାଧିକ ମହିଳା ଏକଜୁଟ ହୋଇ ଏକ ବିରାଟ ରାଲି କରି ମଦ ବନ୍ଦ କରିବା ପାଇଁ ସ୍ଲୋଗାନ ଦେଇଛନ୍ତି । ପରେ ଯଦି କେହି ମଦ ବିକ୍ରି କରେ କି ପିଇ ଗଣ୍ଡଗୋଳ କରିଥାଏ ତା’ହେଲେ ତାକୁ ଧରି ପୁଲିସକୁ ହସ୍ତାନ୍ତର କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ନାରାବାଜି ଦେଇଛନ୍ତି । ସିଆରପି ଲକ୍ଷ୍ମୀ କିସାନଙ୍କ ନେତୃତ୍ୱରେ ୩ ଶହରୁ ଊର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ । ପରେ ଏକ ବୈଠକ ମଧ୍ୟ କରାଯାଇଥିଲ । ଏଥିରେ କନକ ମଞ୍ଜରୀ ସାହୁ, ସୁଷମା ବେହେରା, ମାମି ବେହେରା, ସୁମିତା ଗଡ଼ନାୟକ, ରଶ୍ମିତା ସେଠୀ, ସୁକାନ୍ତି ପ୍ରଧାନ, ପୁଷ୍ପାଞ୍ଜଳୀ ସାହୁ ଓ ଲିକି ପ୍ରଧାନଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ । ଆଗାମୀ ଦିନରେ ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇ ରାଲି ଏବଂ ବୈଠକ କରି ମଦକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ମହିଳା କହିଛନ୍ତି ।