ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦୀ କହିଛନ୍ତି ଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଉଛି । ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବାକୁ ନେଇ ମୋ ତରଫରୁ ଶୁଭକାମନା । କର୍ଣ୍ଣାଟକ ନିର୍ବାଚନର ଜନଗଣନା ଚାଲିଛି । ଏଥିରେ କଂଗ୍ରେସ ପ୍ରଚଣ୍ଡ ବହୁମତରେ ଆଗକୁ ବଢ଼ି ଚାଲିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, କର୍ଣ୍ଣାଟକ ନିର୍ବାଚନରେ ଆମକୁ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ବିଜେପି କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛି । ଆଗାମୀ ଦିନରେ ଆମେ ଅଧିକ ଉତ୍ସାହ ସହ କର୍ଣ୍ଣାଟକବାସୀଙ୍କ ସେବା କରିବୁ ।