ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ବୁଧବାର ସଂସଦରେ ମହିଳା ଆରକ୍ଷଣ ବିଲ୍ ଅଣାଯିବ । ଆସନ୍ତା ସୋମବାରରୁ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ ହେବ । ଏହି ବିଲ ସହଜରେ ପାରିତ ହେବ ବୋଲି ଆଶା କରାଯାଉଛି କାରଣ ଏହାକୁ ନେଇ ବିରୋଧୀ ନେତା ମଧ୍ୟ ସହମତି ପ୍ରକାଶ କରିଛନ୍ତି ।
ଆଜିଠୁ ଆରମ୍ଭ ହୋଇଥିବା ସଂସଦର ସ୍ୱତନ୍ତ୍ର ଅଧିବେସନର ଠିକ୍ ଦିନକ ପୂର୍ବରୁ ସର୍ବଦଳୀୟ ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ନେତାମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ମହିଳା ଆରକ୍ଷଣ ବିଲକୁ ନେଇ ଚର୍ଚ୍ଚା ହୋଇଥିଲା । ଏଥିରେ ବିଲକୁ ନେଇ ‘ଇଣ୍ଡିଆ’ ନେତା ସହମତି ପ୍ରକାଶ କରିବା ସହ ଏନଡିଏ ନେତା ମଧ୍ୟ ଏହାର ସମର୍ଥନରେ ନଜର ଆସିଥିଲେ ।