ମାଣ୍ଡିଆ ବୃକ୍ଷରୋପଣ କାର୍ଯ୍ୟକ୍ରମ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ମିଲେଟ୍ସ ମିଶନ, କନ୍ଧମାଳ ଏବଂ କୃଷି ଓ କୃଷକ ସଶକ୍ତକରଣ ବିଭାଗ ସହଯୋଗରେ ମାଣ୍ଡିଆ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ଓ ସଚେତନତା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରହ୍ଲାଦ ସେନାପତି, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅନିଲ ପ୍ରହରାଜ ଓ ସହକାରୀ କୃଷି ଅଧିକାରୀ, ଫିରିଙ୍ଗିଆ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରୀଙ୍କ ସହ ଚାରା ରୋପଣ କରିଥିଲେ । ଏହାସହ ମାଣ୍ଡିଆ ଚାଷ, ଏହାର ରକ୍ଷଣାବେକ୍ଷଣ ଓ ବ୍ୟବହାର ଉପରେ ଆଲୋକପାତ କରିଥିଲେ । କନ୍ଧମାଳର ସଂଯୋଜିକା ସବିତା ସୁବୁଦ୍ଧି ଓ ସହସଂଯୋଜକ ଅଭିମନ୍ୟୁ ମହାରଣା ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟରେ ମାଣ୍ଡିଆ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ଯୋଜନା କରିଥିଲେ । ଅଗ୍ରଣୀ ସ୍ୱଚ୍ଛସେବୀ ସଂଗଠନ ଅଗ୍ରଗାମୀର ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ସଂଗ୍ରାମ କେଶରୀ ନାୟକ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଉମାଶଙ୍କର ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ମାଣ୍ଡିଆ ଚାରା ବୃକ୍ଷରୋପଣ ଖେତକୁ ତଦାରଖ କରିବା ନେଇ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।