ମାଓ ସଂଗଠନକୁ ଝଟ୍‌କା, ମହିଳା କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ

କନ୍ଧମାଳ,ଏନ୍ଏନ୍ଏସ୍: ମାଓ ସଂଗଠନକୁ ଝଟ୍‌କା। ମହିଳା କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ। କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ କାନ୍ତି ମଲିକ। ଅନେକ ମାଓ କାର୍ଯ୍ୟକଳାପରେ ସେ ସଂପୃକ୍ତ ଥିଲେ।

କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀ କାନ୍ତି ମଲିକଙ୍କ ଆତ୍ମସମର୍ପଣ। ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗାଙ୍ଗା ରଙ୍ଗା ଗ୍ରାମରେ କାନ୍ତିଙ୍କ ଘର। ରାଜ୍ୟ ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ କାନ୍ତି ମାଓ ସଂଗଠନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି। ଏହାସହ ଜଙ୍ଗଲରେ ସିନିୟର ମାଓନେତାଙ୍କ ବ୍ୟବହାରକୁ ନାପସନ୍ଦ କରିବା ସହ ଅତିଷ୍ଠ ହୋଇପଡିଥିଲେ କାନ୍ତି। ସେହିପରି ନିୟମିତ ଭାବେ ପୁଲିସର ଆଣ୍ଟି ନକ୍ସଲ ଅପରେସନ ଯୋରଦାର ହେଉଥିବା କାରଣରୁ କେତେକାଂଶରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିବା କନ୍ଧମାଳ ପୁଲିସ ଏସପି ଭିନିତ ଅଗ୍ରୱାଲ କହିଛନ୍ତି।