ଆସନ୍ତା ବର୍ଷ ମାର୍ଚ୍ଚରେ ମହିଳା ଆଇପିଏଲ

ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ ମହିଳା ଆଇପିଏଲ ଆସନ୍ତା ବର୍ଷ ମାର୍ଚ୍ଚରେ ଆୟୋଜିତ ହେବ । ଏଥିରେ ୫ଟି ଟିମ୍ ଭାଗ ନେବେ । ୨୦ଟି ଲିଗ୍ ମ୍ୟାଚ ଖେଳାଯିବ ଯେଉଁଥିରେ ପ୍ରତି ଟିମ୍ ପରସ୍ପରକୁ ୨ଥର ଲେଖାଏଁ ଭେଟିବେ । ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଟିମକୁ ଫାଇନାଲରେ ସ୍ଥାନ ମିଳିବ । ଏଥିସହିତ ୩ୟ ଓ ୪ର୍ଥ ସ୍ଥାନରେ ଥିବା ଟିମ୍ ଏଲିମିନେଟର ମ୍ୟାଚ ଖେଳିବ ।

ସୂଚନାନୁଯାୟୀ, ପ୍ରତ୍ୟେକ ଟିମ୍ ନିଜ ଚୂଡ଼ାନ୍ତ ଏକାଦଶରେ ୫ଟି ବିଦେଶୀ ଖେଳାଳିଙ୍କୁ ରଖିପାରିବ । ଟିମର ବିକ୍ରି କ୍ଷେତ୍ର ଆଧାରରେ ହୋଇପାରେ କିମ୍ବା ପ୍ରତ୍ୟେକ କ୍ଷେତ୍ରରୁ ୨ଟି ସହର ଚୟନ କରାଯିବ । ଏଥିରେ ଧର୍ମଶାଳା/ଜମ୍ମୁ(ଉତ୍ତରୀ କ୍ଷେତ୍ର), ପୁଣେ/ରାଜକୋଟ(ପଶ୍ଚିମ), ଇନ୍ଦୋର, ନାଗପୁର, ରାୟପୁର(ମଧ୍ୟ), ରାଞ୍ଚି/କଟକ(ପୂର୍ବ), କୋଚ୍ଚି/ବିଶାଖାପଟ୍ଟନମ୍‌(ଦକ୍ଷିଣ), ଗୌହାଟ୍ଟୀ(ଉତ୍ତର-ପୂର୍ବ) ସାମିଲ ରହିଛି ।