ପୁଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ, ଯାଞ୍ଚ ବେଳେ ତାଜୁବ ପୁଲିସ

ଭୁବନେଶ୍ବର,ଏନ୍ଏନ୍ଏସ୍: ବ୍ଲାକମେଲର ଅର୍ଚ୍ଚନା ବନିଥିଲା ହ୍ବାଇଟ କୁଇନ । କଳା ଟଙ୍କାକୁ ଧଳା କରୁଥିବା ହୋଇଛି ଅଭିଯୋଗ । ଆକାଉଣ୍ଟ ଯାଞ୍ଚ ବେଳେ ତାଜୁବ ହୋଇଯାଇଛି ପୋଲିସ । ସନ୍ଦେହର ପାଓ୍ବାର କରିଡର ମଧ୍ୟରେ ପାଓ୍ବାର ଫୁଲ ନେତା ଓ ଅଫିସର । ପୋଲିସ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟର ହୋଇଥିବା ପ୍ରାୟ ୫ ବର୍ଷର ଆର୍ଥିକ କାରବାରକୁ ତନ୍ନ ତନ୍ନ କରି ଯାଞ୍ଚ କରିଛି । ଏହାକୁ ନେଇ ବଡ଼ବଡ଼ିଆଙ୍କ ଛାତିରେ ପଶିଛି ଛନକା ।

ଯାଞ୍ଚ ସମୟରେ ପୋଲିସକୁ ହାଇ ପ୍ରୋଫାଇଲ ଟ୍ରାଞ୍ଜାକ୍ସନ ସମ୍ପର୍କରେ ସୂଚନା ମିଳିଛି । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଅନାମଧେୟ ଆକାଉଣ୍ଟରୁ ବଡ ପରିମାଣର ଟଙ୍କା ଆସିଥିବା ଜାଣିବାକୁ ପାଇଛି ପୋଲିସ । ଏହି ଆକାଉଣ୍ଟରେ ବଡ ଏମାଉଣ୍ଟର ନେଣଦେଣ ହୋଇଛି । ଏହି ହାଇପ୍ରୋଫାଇଲ ଟ୍ରାଞ୍ଜାକ୍ସନରେ ପାଓ୍ବାର କରିଡରର କିଛି ନେତା, ମନ୍ତ୍ରୀ ଓ ସରକାରୀ ବାବୁ ସାମିଲ ଥିବା ସନ୍ଦେହ କରାଯାଉଛି । ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ନେତା ମନ୍ତ୍ରୀଙ୍କ କଳା ଟଙ୍କାକୁ ଧଳା କରିବାର ମାଧ୍ୟମ ସାଜିଥିଲେ ଅର୍ଚ୍ଚନା । ସେଥିପାଇଁ ବଡବଡିଆଙ୍କ ସହିତ ସମ୍ପର୍କରେ ଆସିଥିଲେ ଅର୍ଚ୍ଚନା ।

ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କିଛି ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଫାଇନାନ୍ସିଆଲ ଆଡଭାଇଜରଙ୍କ ସହାୟତା ନେଇଛି ପୋଲିସ । ବଡ କଥା ହେଲା ଏହାର ତଦନ୍ତ କରିବା ପାଇଁ ଇଡିର ସହାୟତା ନିଆଯିବ କି ? ଇନକମ ଟାକ୍ସ ବିଭାଗର ସହାୟତା ନିଆଯିବ କି ସେ ନେଇ ପ୍ରଶ୍ନ ଉଠିଛି । କାରଣ ଅର୍ଚ୍ଚନାଙ୍କ ସମ୍ପତି ୫୦ କୋଟିର ହୋଇଥିବା ବେଳେ ବ୍ୟାଙ୍କ ଆକାଉଣ୍ଟରେ ୨୫ରୁ ୩୦ କୋଟିର କାରବାର ହୋଇଥିବା ସୂଚନା ମିଳିଛି ।