ବ୍ରିଜ ଉପରୁ ହଠାତ୍ ତଳକୁ ଖସିପଡିଲେ ମହିଳା

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ମହାନଦୀ ବ୍ରିଜ ଉପରୁ ନଦୀକୁ ଖସି ପଡ଼ିଲେ ମହିଳା। ପରେ ନଦୀରୁ ଉକ୍ତ ମହିଳାଙ୍କୁ ନାଉରିଆମାନେ ଉଦ୍ଧାର କରିଛନ୍ତି। ଗତକାଲି ସନ୍ଧ୍ୟାରେ ଏକ ଦମ୍ପତି ମହାନଦୀକୁ ବୁଲିବାକୁ ଯାଇଥିବା ବେଳେ ବ୍ରିଜ ଉପରୁ ମହିଳା ଜଣକ ଖସି ପଡିଥିଲେ। ପରେ ମହିଳା ଜଣଙ୍କ ଜଳସ୍ରୋତରେ ଭାସିଯାଉଥିବା ବେଳେ ତାଙ୍କୁ କୁମ୍ଭାରପଡ଼ାର ୨ ଜଣ ମତ୍ସ୍ୟଜୀବୀ ଲଙ୍କେଶ୍ୱର ଘାଟରୁ ଉଦ୍ଧାର କରିଥିଲେ।

ପରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ଏସପି ଦେବୀ ପ୍ରସାଦ ଦାଶ ଡାକ୍ତରଖାନାରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।