ମାନସିକ ଭାରସମ୍ୟ ହରାଇ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଲେ ମହିଳା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ଗ୍ରାମରେ ଘଟିଛି ଅଭାନୀୟ ଘଟଣା। ଜଣେ ବିଧବା ମହିଳା ମାନସିକ ଭାରସାମ୍ୟ ହରାଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ।

ସେଠାରୁ ମହିଳାଙ୍କୁ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ମହିଳା ହେଲେ ରୁନି ନାଏକ(୪୫)। ସୂଚନା ମୁତାବକ ମହିଳାଙ୍କ ସ୍ୱାମୀ ବିଜୁ ନାଏକଙ୍କ ୩ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା। ସ୍ଵାମୀଙ୍କ ମୃତ୍ୟୁ ପରେ ସେ ଚିନ୍ତାରେ ରହି ମାନସିକ ଭାରସମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଡକ୍ଟର ଚିତ୍ତରଞ୍ଜନ ନାଏକଙ୍କ ସୂଚନା ମୁତାବକ ମହିଳାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି।