କଟକ,ଏନ୍ଏନ୍ଏସ୍: ରାଜ୍ୟରେ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହାସହ ମାର୍ଚ୍ଚ ୪ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ । ଏନେଇ ଓଡ଼ିଶା ମାଧ୍ୟମିକ ପରିଷଦ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପରୀକ୍ଷା ଲାଗି ଅକ୍ଟୋବର ମାସରେ ଫର୍ମ ପୂରଣ ହେବ । ସେହିପରି ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।