ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ପାଟଣାଗଡ଼ ବିଜେପି ପକ୍ଷରୁ ମାଆଙ୍କ ନିକଟରେ ପୂଜାର୍ଚ୍ଚନା

ପାଟଣାଗଡ଼,ଏନ୍ଏନ୍ଏସ୍: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ ଶ୍ରୀ ଶାହା ନିଜେ ଟୁଇଟ କରି ଜଣାଇବା ପରେ ଆଜି ପାଟଣାଗଡ଼ ବିଜେପି ତରଫରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।

ଏଥିସହ ପାଟଣାଗଡ଼ ରାଜଖମାର ସ୍ଥିତ ମା ଦଶମତିଙ୍କ ନିକଟରେ ସମୂହ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଛି। ଏଥିରେ ପାଟଣାଗଡ଼ ନଗର ବିଜେପି ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ସମେତ ପ୍ରଦୀପ ବଂଶଲ, ଆଲୋକ ପାଣିଗ୍ରାହୀ, ରାନାଚିନ୍ଦା ନନ୍ଦନ ଠାକୁର, ମାଣିକ ସାହୁ, ଆନୁସିଂ ଦେବ, ରାଜେଶ ପୁରୋହିତ, ଓମ୍ ପ୍ରକାଶ ଯୋଶୀ, ବିସମ୍ବର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।