ଋଷି ସୁନକଙ୍କୁ ବାଲୁକାକଳାରେ ଶୁଭେଚ୍ଛା

ପୁରୀ,ଏନ୍ଏନ୍ଏସ୍: ଭାରତୀୟ ବଂଶୋଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି । ସୁନକ ୟୁକେ ପ୍ରଧାନମନ୍ତ୍ରୀ ହେବା ପରେ ବିଭିନ୍ନ ଦିଗରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏକ ସୁନ୍ଦର କଳାକୃତି ନିର୍ମାଣ କରି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏଥିରେ ସେ ବ୍ରିଟେନର ଫ୍ଲାଗକୁ ସ୍ଥାନିତ କରିବା ସହ ଋଷି ସୁନକଙ୍କ କଳାକୃତି ନିର୍ମାଣ କରିଛନ୍ତି ।