ଜର୍ମାନୀରେ ଡିସେମ୍ବର ୨୫ ପୂର୍ବରୁ କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ:ଜର୍ମାନୀ ଚାନ୍ସଲର ଏଞ୍ଜେଲା ମର୍କେଲ ଆଜି ସଂସଦରେ କୋଭିଡ ଭ୍ୟାକ୍ସିନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଡିସେମ୍ବର ୨୫ ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଭ୍ୟାକ୍ସିନ ଦିଆଯିବ ବୋଲି ଏଞ୍ଜେଲା କହିଛନ୍ତି। କିନ୍ତୁ କରୋନା କଟକଣାରେ କୌଣସି ହେଳା କରାଯିବ ନାହିଁ। ଜର୍ମାନୀ ସରକାର ରାଜ୍ୟ ସହ ମିଶି କରୋନା ନିୟମକୁ କଠୋରତା ସହ ଲାଗୁ କରିଛନ୍ତି। ଛୁଟି ଆରମ୍ଭ ହୋଇଯାଇଥିଲେ ବି ଖ୍ରୀଷ୍ଟମାସ୍ ଓ ନୂଆବର୍ଷରେ ହେବାକୁ ଥିବା ସମାରୋହକୁ ସୀମିତ କରାଯିବା ସହ ରେସ୍ତୋରାଁ ଓ ପବ୍ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ।