ଦେବଗଡ,ଏନ୍ଏନ୍ଏସ୍ : କରୋନା ମହାମାରୀ ସଂକ୍ରମଣ ସମୟରେ ସାରାଦେଶ ଲକଡାଉନ ଥିବାବେଳେ ଦେବଗଡ ଜିଲ୍ଲାରେ ବେଆଇନ ମଦ କାରବାର ବୃଦ୍ଧିପାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଦେବଗଡ ଥାନାଚଂଳ ଓ ରିଆମାଳ ଥାନା ଅଂଚଳର ବିଭିନ୍ନ ସା୍ଥନରେ ଆଜି ଚଢଉ କରାଯାଇଛି। ଏହି ସମୟରେ ୨କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ କରାଯିବା ସହ ୫୮ ଲିଟର ଦେଶୀ ରନ୍ଧା ମଦ ଓ ବିଭିନ୍ନ ଉପକରଣ ଜବତ କରାଯାଇଛି। ସେହିପରି ବେଆଇନ ମଦ କାରବାର ଚଳାଇଥିବା ଅଭିଯୋଗରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଓ ଦେବଗଡ ଥାନାଚଂଳରେ ବେଆଇନ ମଦ କାରବାର ଚାଲୁଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଅବକାରୀ ଅଧ୍ୟୀକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନୀରିକ୍ଷକ ପଦ୍ମଲୋଚନ ପ୍ରଧାନ, ଉପ ନିରୀକ୍ଷକ ରାଧାକାନ୍ତ ଭୋଇ, ଏ ଏସଆଇ ଗୋବିନ୍ଦ କୁମାର ସାହୁ, ବାଦଲ ବ୍ରହ୍ମା, ଦିଲ୍ଲିପ କୁମାର ଶତପଥି, ପଦ୍ମାଳୟା ମୁଣ୍ଡା ପ୍ରମୁଖ ଆଜି ସକାଳୁ ଚଢଉ କରି ଦେବଗଡ ଥାନା ଅନ୍ତର୍ଗତ ପୌରାଂଚଳ ର ତଅଁଳା ସାହି ଟୁନା ବେହେରା (୩୩)ଙ୍କ ଠାରୁ ୧୦ ଲିଟର ଓ ଭାଗ୍ୟ ଷେଣ୍ଡ (୨୨)ଙ୍କ ନିକଟରୁ ୧୫ ଲିଟର, ହାତୀଶାଳ ସାହିର ରଞ୍ଜୀତା ପାତ୍ର (୪୫)ଙ୍କ ଠାରୁ ୭ ଲିଟର ଓ ରଞ୍ଜିତ ଖଡରା (୪୫)ଙ୍କ ନିକଟରୁ ୬ ଲିଟର ବେଆଇନ ଦେଶୀ ରନ୍ଧାମଦ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲେ।
ସେହିପରି ରିଆମାଳ ଥାନା ଅନ୍ତର୍ଗତ କଂସର ଗ୍ରାମର ପ୍ରମୋଦ କିସାନ(୨୨)ଙ୍କ ଘରେ ଚଢଉ କରି ୩୦ କିଗ୍ରା ମହୁଲ ପୋଚ ନଷ୍ଟ କରିଥିବା ବେଳେ ବେଗୁନିଆନାଳୀ ଗ୍ରାମ ରବଂଶୀ ଉଦାବର (୫୬)ଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ ସହ ୨୦ କିଗ୍ରା ମହୁଲ ପୋଚ ,ନରୋତମ ମାଝୀଙ୍କ ଘରୁ (୬୦)ଙ୍କ ନିକଟରୁ ୩୦କିଗ୍ରା ମହୁଳ ପୋଚ, ଦୌପଦୀ କିସାନ (୪୦)ଙ୍କ ନିକଟରୁ ୧ କ୍ୱିଣ୍ଟାଲ ମହୁଲ ପୋଚ ଓ କୁନା ଚରଣ କିସାନ (୪୦)ଙ୍କ ନିକଟରୁ ବେଆଇନ ବିକ୍ରୀ ରଖିଥିବା ୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଳାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।