କାଲି ୧୧ଟାରେ କେଜ୍ରିୱାଲଙ୍କ ସହ ଶାହଙ୍କର ଉଚ୍ଚସ୍ତରୀୟ ବୈଠକ ଦେଶ- ବିଦେଶ By Nitidin On Jun 13, 2020 Share ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ହଜାରେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ଏହାକୁ କେନ୍ଦ୍ର କରି ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଦିନ ୧୧ଟା ବେଳେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବେଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଏସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଦିଲ୍ଲୀରେ ଲଗାତାର ବଢ଼ୁଥିବା କରୋନା ମାମଲା ମଧ୍ୟରେ ଗତ କିଛିଦିନ ପୂର୍ବରୁ ଶାହଙ୍କୁ କେଜ୍ରିୱାଲ ଭେଟିଥିଲେ। ଏହି ପରିପ୍ରେକ୍ଷୀରେ ଦୁଇ ନେତାଙ୍କ ମଧ୍ୟରେ ଦିଲ୍ଲୀରେ ଲାଗି ରହିଥିବା କରୋନା ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, ଦେଶରେ ମହାରାଷ୍ଟ୍ର ଓ ତାମିଲନାଡ଼ୁ ପରେ ଦିଲ୍ଲୀ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୮୨୪ ହୋଇଥିବାବେଳେ ୧୨୧୪ ଜଣଙ୍କର ମୃତ୍ୟୁ ଘଟିଛି। Share