କୁରାଢୀରେ ଛେଚି ସ୍ତ୍ରୀକୁ ହତ୍ୟା, ସ୍ୱାମୀ ଗିରଫ

ବାରିପଦା, ଏନ୍ଏନ୍ଏସ୍: ସ୍ତ୍ରୀକୁ ନୃଶଂସ ଭାବେ କୁରାଢ଼ିରେ ହାଣି ହତ୍ୟା କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମାଳିହତା ଗ୍ରାମର ଶିବପ୍ରସାଦ ମହାନ୍ତ ଓରଫ ଶିବୁଙ୍କୁ ୁ ପୁଲିସ ଗିରଫ କରିଛି। ପ୍ରକାଶ ଯେ, ଗତକାଲି ରାତିରେ ସମସ୍ତେ ଶୋଇବା ପରେ ଅଚାନକ ଶିବପ୍ରସାଦ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ମଞ୍ଜୁଦରୀର ମୁଣ୍ଡକୁ କୁରାଢୀରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଚିତ୍କାର ଶୁଣି ତାଙ୍କର ପୁଅ ବସନ୍ତ ଉଠି ଦେଖିଲା ବେଳକୁ ବାପା ଶିବପ୍ରସାଦ ମାଆ ମଞ୍ଜୁଦରୀକୁ ହତ୍ୟା କରିସାରିଛନ୍ତି । ଫଳରେ ସେ ଭୟଭୀତ ହୋଇ ପୋଡ଼ଶୀଙ୍କୁ ଡାକିବା ସହିତ ମୋରଡ଼ା ଥାନା ପୁଲିସକୁ ଖବର ଦେଇଥିଲେ।

ଖବରପାଇ ପୁଲିସ ସେହି ରାତିରେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଶିବପ୍ରସାଦକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ କୁରାଢ଼ୀକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ସେହିପରି କିଛିଦିନ ହେବ କୌଣସି କାରଣରୁ ଶିବପ୍ରସାଦ ମାନସିକ ଭାରସାମ୍ୟ ହରାଇ ଏପଟସେପଟ କଥାବାର୍ତ୍ତା କରିବା ସାଙ୍ଗକୁ ସବୁବେଳେ ନିଶାସକ୍ତ ରହୁଥିବା କହିଛନ୍ତି ପରିବାରର ସଦସ୍ୟ ।