ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ବିଧାସଭାର ଶୀତକାଳୀନ ଅଧିବେସନ ଆରମ୍ଭ ହୋଇଛି। ଅଧିବେସନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗଳ ମଧ୍ୟରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ୨୦୨୦-୨୧ ପାଇଁ ମୋଟ ୧୧,୨୦୦ କୋଟି ଟଙ୍କାର ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ସ୍ୱାସ୍ଥ୍ୟ ଓ ପଞ୍ଚାୟତିରାଜ ବିଭାଗକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୭୬୮.୭୭ କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୨୦୪୬.୧୧ କୋଟି, ଅର୍ଥ ବିଭାଗକୁ ୨୩୬୩.୦୪, ବିପର୍ଯ୍ୟୟ ପରିଚାଳନା ପାଇଁ ୧୪୮୪.୨୨ କୋଟି, ଖାଦ୍ୟ ଯୋଗାଣ ବିଭାଗକୁ ୧୦୭୮.୩୦ କୋଟି, ଶକ୍ତି ବିଭାଗକୁ ୯୫୬.୮୦ କୋଟି,ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୪୫୬.୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ବଜେଟ ଉପସ୍ଥାପନ ପରେ ଗୃହକୁ କାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଲକଡାଉନ ପାଇଁ କେନ୍ଦ୍ରୀୟ ହସ୍ତାନ୍ତର କମିବାରୁ ୬.୫ ପ୍ରତିଶତ ରାଜସ୍ୱ ପ୍ରାପ୍ତି ହ୍ରାସ ହୋଇଛି। ମହାମାରୀ ପ୍ରଭାବ ସତ୍ତେ୍ୱ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ପାଇଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।