ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ବଘିଆ ବେର୍ଣ୍ଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମରେ ଗତକାଲି ରାତିରେ ସ୍ୱାମୀ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ସ୍ତ୍ରୀ ଅଞ୍ଜନା ଖଡିଆ(୩୦) ଓ ସ୍ୱାମୀ ପ୍ରଦୀପ ଖଡିଆ(୩୫)ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗତକାଲି ରାତିରେ ଝାଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପ୍ରଦୀପ ତାଙ୍କ ସ୍ତ୍ରୀଙ୍କୁ ଏକ ଲାଠିରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଅଞ୍ଜନାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରଦୀପ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଏ ବିଷୟରେ ବ୍ରଜରାଜନଗର ପୁଲିସ ଆଜି ସକାଳେ ଖବରପାଇ ଘଟଣାସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ଲେଖିବା ପର୍ଯ୍ୟନ୍ତ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, ଥାନା ଅଧିକାରୀ ନଳିତା ମୋଦୀ, ସାଇଣ୍ଟିଫିକ ଟିମ ଓ ପୁଲିସ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଥିବାସହ ଅଭିଯୁକ୍ତ ପ୍ରଦୀପକୁ ଅଟକ ରଖିଥିବା ପୁଲିସ ପକ୍ଷରୁ ସୂଚନା ମିଲିଛି।