ଜଳିଗଲା ପୂରା ପଡ଼ିଆ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଆଇଟିଆଇ ଛକରେ ଥିବା ଏକ ପଡ଼ିଆରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଏଥିରେ ପୂରା ପଡ଼ିଆ ଜଳିଯାଇଛି। ଅଳିଆ ଗଦା ଓ ଘାସ ବଣ ଯୋଗୁଁ ନିଆଁର ପରିମାଣ ଏତେ ଅଧିକ ଥିଲା ଯେ ବେଶ କିଛିଦୂର ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

ଏହି ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ପଡ଼ିଆ ନିକଟରେ କୌଣସି ଘର ନଥିବାରୁ କୌଣସି ମୃତାହତ କିମ୍ବା କ୍ଷତି ହୋଇନଥିବା ଜଣାପଡ଼ିଛି। କେହି ଦୁର୍ବୃତ୍ତ ଏହି ପଡ଼ିଆରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।