ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବ୍ଲକ୍ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି।

ଭୁବନେଶ୍ୱର ଖଣ୍ଡଗିରି ହାଉସିଂବୋର୍ଡ କଲୋନୀରେ ଥିବା ଘର ଏବଂ ଭୁବନେଶ୍ୱର ବ୍ଲକ୍ କାର୍ଯ୍ୟାଳୟରେ ଥିବା ଅଫିସ ଚାମ୍ବରରେ ମଧ୍ୟ ଚଢ଼ଉ କରାଯାଇଛି। ଏହା ସହିତ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଶ୍ରୀଚନ୍ଦନପୁର ଗାଁରେ ଥିବା ପୈତୃକ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି।