ଚଳନ୍ତା ବସରୁ ଖସିଗଲା ଚକା, ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ

ଡାବୁଗାଁ,ଏନ୍ଏନ୍ଏସ୍: ଉମରକୋର୍ଟରୁ ଜୟପୁର ଯାଉଥିବା ଏକ ଘରୋଇ ବସରୁ ବୁଧବାର ସକାଳେ ଚକା ଖସିଯାଇଛି। ତେବେ ଏହି ସମୟରେ ବସରେ ୪୦ଜଣ ଯାତ୍ରୀ ଥିବାବେଳେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଡାବୁଗାଁ ସ୍ଥିତ ମହିନ୍ଦ୍ରି ଗାଁରେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି।

ସୂଚନା ଅନୁସାରେ ବୁଧବାର ଭୋର ୬ଟାରେ ଏମଏସଭି ଟ୍ରାଭେଲ୍ସର ଏକ ବସ୍ ଉମରକୋର୍ଟରୁ ଜୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସେ ଡାବୁଗାଁ ପାର ହୋଇ ମହିନ୍ଦ୍ରି ଗାଁରେ ଯାଉଥିବା ବେଳେ ହଠାତ ଚଳନ୍ତା ଅବସ୍ଥାରେ ବସର ପଛପାଖର ସବୁ ଚକ ଖସିଯାଇ ଧାନ ବିଲ ମଝିରେ ପଶିଯାଇଥିଲା। ତେବେ ଏହି ବସଟି କିଛି ମାସ ପୂର୍ବେ କିଣା ଯାଇଥିବା ବେଳେ ଏହାର ଫିଟନେସକୁ ନେଇ ପ୍ରଶ୍ନ ଉଠିଛି। ଏହା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।