ଟାଟା-ବାଦାମପାହାଡ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜରେ ଲାଇନଚ୍ୟୁତ ହୋଇଥିବା ଟ୍ରେନ ଇଞ୍ଜିନର ଉଦ୍ଧାର କାର୍ଯ୍ୟ ଜାରି। ଗୋରୁମହିଷାଣି ରେଳ ଷ୍ଟେସନ ନିକଟରେ ଗତକାଲି ରାତ୍ରିରେ ଏକ ଟ୍ରନ ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା। ତେବେ ଏହାକୁ ହଟାଇବା ପାଇଁ ବୁଧବାର ଜାମସେଦପୁରରୁ ଏକ ଟିମ ଆସି ପହଞ୍ଚିଛି। ଏହି ରୁଟକୁ ମରାମତି କରିବା ସହିତ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି।

ଅପରପକ୍ଷରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବ୍ୟାପକ ପ୍ରଭାବିତ ହୋଇଛି। ଟାଟା-ବାଦାମପାହାଡ ପ୍ୟସେଞ୍ଜର ଟ୍ରେନ ଘଣ୍ଟାଘଣ୍ଟା ଧରି ଅଁଳା ଜୋର ଷ୍ଟେସନରେ ଅଟକି ରହିଛି। ଗତକାଲି ରାତ୍ରିରେ ଜାମସେଦପୁରରୁ ଗେରୁମହିଷାଣି ଠାରେ ଟ୍ରେନ ଇଞ୍ଜିନଟି ଗୁରିଆ ପୋଲରେ ଲାଇନ ଚ୍ୟୁତ ହୋଇଯାଇଥିଲା।