କୋଶଳ ରାଜ୍ୟ ଦାବିରେ ୧୧ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବେହଳା କରୁଥିବା ଦର୍ଶାଇ ଆଜି ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ କୋଶଳ ରାଜ୍ୟ ଦାବୀ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପାଟଣାଗଡ଼ ଉପଖଣ୍ଡରେ ବେଲପଡ଼ା, ଖପ୍ରାଖୋଲ ଓ ପାଟଣାଗଡ଼ ସହରରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ସରକାରୀ, ବେସରକାରୀ ଅଫିସ, ସ୍କୁଲ ଓ କେଲଜ ବନ୍ଦ ରହିଛି । ସହରରେ ଯାନବାହାନ ଚଳାଚଳ ବନ୍ଦ ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ଯୋଗୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସକାଳୁ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ସହରରେ ବୁଲି ବୁଲି ପିକେଟିଂ କରି ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ପାଟଣାଗଡ଼-ବଲାଙ୍ଗିର ରାସ୍ତା ଉପରେ ଟାୟାର ଜାଳିି ରାସ୍ତା ଅବରୋଧ କରିଥିଲେ ଓ ବ୍ରହ୍ମପୁରା ଛକରେ ମଧ୍ୟ କୋଶଳ ମୁକ୍ତି ମୋର୍ଚ୍ଚାର ସଭ୍ୟମାନେ ଗାଡ଼ି ଅଟକାଇ ରଖିଥିଲେ । ଶାନ୍ତି ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପଟଣାଗଡ଼ ପୁଲିସ ସହରରେ ପେଟ୍ରୋଲିଂ କଡ଼ାକଡ଼ି କରିଥିବା ଦେଖିବାକୁ ମିଳିଛି । ଏହି ବନ୍ଦ ଯୋଗୁ କିଛି ସମୟ ପାଇଁ ଅନ୍ଦୋଳନକାରୀ ଓ ଜନସାଧାରଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବାର କିଛି ସମୟ ପରେ ସମାଧନ ହୋଇଥିଲା । ଏହି ବନ୍ଦର ପାଟଣାଗଡ଼ କୋଶଳ ମୁକ୍ତି ମୋର୍ଚ୍ଚାର ଶୁଶୀଳ ଗୁରୁ, ଡିଙ୍ଗର କିମ୍ଭାର, ଜନସନ ନାଗ, ସନତ ଭୋଇ, ଶୁଭମ ମେହେର, ସୁବାଷ ଆଚାର୍ଯ୍ୟ, ନାତନେତ୍ରୀ ସେବୀକାରାଜ ହଂସ, ଗୀତାଞ୍ଜଳୀ ବୁଡ଼େକ ଓ ସନ୍ତୋଷିନୀ ବିଶି ସେମତ ବହୁ କୋଶଳ ପ୍ରେମୀମାନେ ଯୋଗ ଦେଇଥିଲେ ।