ସପ୍ତାହର ୨ ଦିନ ପଶ୍ଚିମବଙ୍ଗ ଲକଡାଉନ

କୋଲକାତା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ସପ୍ତାହର ୨ ଦିନ ରାଜ୍ୟକୁ ଲକଡାଉନ ରଖିବାକୁ ପଦକ୍ଷେପ ନେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ଚଳିତ ସପ୍ତାହଠାରୁ ପ୍ରତ୍ୟେକ ଗୁରୁବାର ଓ ଶନିବାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହେବ। ଏଥିସହିତ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ମଧ୍ୟ ସେ କହିିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ୪୨ ହଜାର ୪୮୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୪ ହଜାର ୮୮୩ ଜଣ ସୁସ୍ଥ ହୋଇଛନ୍ତି, ୧,୧୧୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୬, ୪୯୨ ଜଣ ଚିକିତ୍ସିତ ହେଉଛନ୍ତି।