ପ୍ଲାଜମା ଦାନକଲେ ଏନଡିଆରଏଫ ଯବାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିବା ଏନଡିଆରଏଫ୍ ଯବାନ ମାନେ  ଆଜି କଟକ ଏସସିବି ମେଡିକାଲରେ ପହଞ୍ଚି  ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଥେରାପି ଦ୍ୱାରା ରାଜ୍ୟରେ କିଛି ଗୁରୁତର ରୋଗୀ ସୁସ୍ଥ ହେଉଥିବାବେଳେ ଏହା କରୋନା ବିରୋଧୀ ଲଢଇରେ ଉପାଦେୟ ଅସ୍ତ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି। ଏହାଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ।  ସୂଚନାଯୋଗ୍ୟ, କୋଲକାତାର ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ହୋଇ ବହୁ ଏନଡିଆରଏଫ୍ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସୁସ୍ଥ ହେବାପରେ ଆଜି ପ୍ଲାଜମା ଦାନ କରିଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିବାକୁ ଇଚ୍ଛୁକ ବୋଲି ଏନଡିଆରଏଫ୍ ଇନ୍ସପେକ୍ଟର କହିଛନ୍ତି ।