ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୂର୍ବାହ୍ନରେ ଓଏଚପିସି ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡକୋଲ) ଏବଂ ଜାତୀୟ ଜଳବିଦଶ୍ୟତ ନିଗମ (ଏନଏଚପିସି) ମଧ୍ୟରେ ରାଜ୍ୟରେ ସୌରଶକ୍ତି ଉତ୍ପାଦନ
ନିମନ୍ତେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ରକୁ ଜେଡକଲ ତରଫରୁ ମୁଖ୍ୟ ନିର୍ବାହୀ ଅଧିକାରୀ ଜି ଆର ଦାଶ ଏବଂ ଏନଏଚପିସି ତରଫରୁ ନିର୍ବାହୀ ନିର୍ଦ୍ଦେଶକ ଆରକେ ଜୟସ୍ୱାଲ ସ୍ୱାକ୍ଷର କରିଥିଲେ ।
