ନୂଆଦିଲ୍ଲୀ,ଏଜେନ୍ସି: ଏବେ ପୁଣି ଚିନ୍ତା ବଢ଼ାଇଛି ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା। ଗତ ୨ ମାସ ଭିତରେ ଦେଶରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ସୁଦ୍ଧା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦେଶରୁ ୧୮,୭୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି।
ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୧ କୋଟି ୧୨ ଲକ୍ଷ ୧୦ ହଜାର ୭୯୯ରେ ପହଞ୍ଚିଛି। ସେଥିରୁ ୧୪,୩୯୨ ଜଣ ସୁସ୍ଥ ହୋଇ ମୋଟ ସୁସ୍ଥଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୬୮ ହଜାର ୫୨୦ରେ ପହଞ୍ଚିଛି। ସେହିପରି ଦେଶରେ ବତ୍ତର୍ମାନ ୧ ଲକ୍ଷ ୮୪ ହଜାର ୫୨୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୭୫୬କୁ ବୃଦ୍ଧି ପାଇଛି।
ଏହି ପରିପ୍ରେକ୍ଷୀରେ ଦେଶରେ ୨ କୋଟି ୯ ଲକ୍ଷ ୨୨ ହଜାର ୩୪୪ ଜଣ ଟିକା ନେଇସାରିଛନ୍ତି।