ପଶ୍ଚିମବଙ୍ଗ ନିର୍ବାଚନ: ମମତା ବାନାର୍ଜୀଙ୍କ ସାମ୍ନାରେ ଶୁଭେନ୍ଦୁ ଅଧିକାରୀ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାତି ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ଟିଏମସି ଓ ବିଜେପି ମଧ୍ୟରେ ନିର୍ବାଚନୀ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗତକାଲି ବିଧାନସଭା ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଆଜି ଭାରତୀୟ ଜନତା ପାର୍ଟି ନିର୍ବାଚନ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପ୍ରାରମ୍ଭିକ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ବିଜେପି ପ୍ରକାଶ କରିଛି। ଏଥିରେ ନନ୍ଦିଗ୍ରାମ ଆସନରୁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ମନୋନୀତ କରିଛି। ଏହି ନିର୍ବାଚନ କ୍ଷେତ୍ରରେ ଟିଏମସିରୁ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଛନ୍ତି।