ୱେସ୍କୋ ପକ୍ଷରୁ ବିଦ୍ୟୁତ କାଟ୍ ଆରମ୍ଭ: ବକେୟା ରହିଛି ୫୬ କୋଟି ୫୧ଲକ୍ଷ

ଦେବଗଡ,ଏନ୍ଏନ୍ଏସ୍: ରାଜ୍ୟରେ ବିଦ୍ୟୁତ କମ୍ପାନୀ ମାନଙ୍କପକ୍ଷରୁ ଉପଭୋକ୍ତମାନଙ୍କ ଠାରୁ ବକେୟା ଦେୟ ଅସୁଲି ପାଇଁ ନିଦ୍ଧାରିତ ଦିବସ ଧାର୍ଯ୍ୟ କରିଥିବା ବେଳେ ଏହି କ୍ରମରେ ଦେବଗଡ ୱେସ୍କୋ ଡିଭିଜନ ପକ୍ଷରୁ ମଧ୍ୟ ଚଳିତ ମାସ ୧୭ ତାରିଖ ଦିନ କୁ ଉପଭୋକ୍ତା ଙ୍କ ଦେୟ ପ୍ରଦାନ ପାଇଁ ଦିବସ ଧାର୍ଯ୍ୟ କରିଥିଲେ।ତେବେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ବକେୟା ଅର୍ଥ ପ୍ରଦାନ କରି ନ ଥିବା ବିଦ୍ୟୁତ ଉପଭୋକ୍ତା ମାନଙ୍କ ବିଜୁଳି ସଂଯୋଗ ବିଚ୍ଚିନ୍ନ କରାଯିବା ଆରମ୍ଭ କରାଯାଇଛି।

ଆଜି ପୂର୍ବାହ୍ନ ରୁ ଦେବଗଡ ୱେସ୍କୋ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟବ୍ରତ ପଣ୍ଡାଙ୍କ ଉପସ୍ଥିତିରେ ୱେସ୍କୋ କର୍ମଚାରୀମାନେ ପୁରୁଣା ବକେୟା ଥିବା ଉପଭୋକ୍ତାମାନଙ୍କ ଘରକୁ ଯାଇ ବିଦ୍ୟୁତ ଦେୟ ଅସୁଲି କରିବା ସହ ବକେୟା ଦେୟ ପୈଠ କରୁନଥିବା ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଚିନ୍ନ କରୁଥିବା ଦେଖିବାକୁ ମିଳୀଥିଲା।

ଇଂ ଶ୍ରୀ ପଣ୍ଡା ଙ୍କ ସୂଚନା ଅନୁଯାୟୀଦେବଗଡ ୱେସ୍କୋ ଡିଭିଜନ ଅଧିନରେ ୬୦ ହଜାର ରୁ ଉଦ୍ଧ୍ୱର୍ ବିଦ୍ୟତ ଉପଭୋକ୍ତା ରହିଥିବା ବେଳେ ପ୍ରାୟ ୪୦ ହଜାର ଉପଭୋକ୍ତା ଙ୍କ ଠାରେ ୫୬ କୋଟି ୫୧ ଲକ୍ଷ ଟଙ୍କାର ବିତ୍ୟୁତ ଦେୟ ବକେୟା ରହିଛି।ବିଭାଗ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ବିଦ୍ୟୁତ ଉପଭୋକ୍ତା ମାନେ ସେମାନଙ୍କର ଦେୟ ପୈଠ କରୁ ନ ଥିବାରୁ ବିଭାଗ ପକ୍ଷରୁ ସେମାନଙ୍କ ନିକଟ କୁ ନୋଟିସ ପଠା ଯାଇଥିବା ପ୍ରକାଶ କରିବା ସହ ନୋଟିସ ପରେ ମଧ୍ୟ ଯେଊଁ ଉପଭୋକ୍ତା ମାନେ ବିଦ୍ୟୁତ ଦେୟ ପୈଠ କରୁ ନାହାନ୍ତି ।

ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଚିନ୍ନ କରାଯାଉଥିବା ସୂଚନା ଦେବା ସହ ସମସ୍ତ ଉପଭୋକ୍ତା ନିଜ ବକେୟା ଦେୟ ପୈଠ କରିବା ସହ ବିଲ କୈାଣସି ତୃଟି ଥିଲେ ତାକୁ ସଂଶୋଧନ କରି ନେବାକୁ ଅନୁରୋଧ କରିଥିଲେ। ଦେବଗଡ ୱେସ୍କୋ ଡିଭିଜନ ର ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଥିବାବେଳେ ବହୁ ଉପଭୋକ୍ତା ନିଜ ନିଜ ଦେୟ ପୈଠ କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଆଜି ବକେୟା ବିଦ୍ୟୁତ ଦେୟ ବାବଦରେ ୧ ଲକ୍ଷ ୫ ହଜାର ୬୭୩ ଟଙ୍କା ଅସୁଲି କରାଯାଇଥିବା ବେଳେ ୪ ଜଣ ବିଦ୍ୟୁତ ଉପଭୋକ୍ତା ଙ୍କ ବିଦ୍ୟୁତ ସଂଯୋଗ ବିଚ୍ଚିନ୍ନ କରାଯାଇଥିବା ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।